ଦିଲ୍ଲୀ ଅଞ୍ଚଳି ସିଂ ମୃତ୍ୟୁ ମାମଲାରେ ବଡ ଖୁଲାସା । କାର ଚକା ତଳେ ଅଞ୍ଚଳି ଫସିଥିବା ଜାଣିଥିଲେ ଅଭିଯୁକ୍ତ । ପଚରାଉଚରାବେଳେ ଏନେଇ ପୋଲିସ ଆଗରେ ମାନିଛନ୍ତି ଅଭିଯୁକ୍ତ । ଦୁର୍ଘଟଣା ପରେ ଅଞ୍ଚଳି କାର ତଳେ ଫସି ରହିଥିବା ଜାଣିଥିଲେ ମଧ୍ୟ ଭୟରେ ଗାଡି ଚଳାଇଥିଲେ । କାର ବାରମ୍ବାର ୟୁ ଟର୍ଣ୍ଣ ନେଇଥିଲା । ଗାଡି ତଳୁ ଅଞ୍ଚଳିଙ୍କୁ କାଢିଲେ ହତ୍ୟା ମାମଲାରେ ଫସିବା ଭୟ ରହିଥିଲ । । ତେବେ ଦୁର୍ଘଟଣା ପରେ ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ କାଢି ନଥିବା ପୋଲିସକୁ କହିଛନ୍ତି । ପୂର୍ବରୁ କାରରେ ହାଇ ଭଲ୍ୟୁମରେ ମ୍ୟୁଜିକ୍ ଚାଲିଥିବାରୁ କିଛି ଜାଣିପାରିନଥିବା ଅଭିଯୁକ୍ତମାନେ କହିଥିଲେ । ତେବେ କାରରେ କୌଣସି ମ୍ୟୁଜିକ୍ ଚାଲିନଥିବା ପୋଲିସକୁ କହିଛନ୍ତି । ସେପଟେ ଅଞ୍ଜଳିଙ୍କ ସାଙ୍ଗ ନିଧି ୨୦୨୦ରେ ଏକ ଡ୍ରଗ୍ସ ମାମଲାରେ ଧରାପଡିଥିଲେ । ଏପରିକି ତାଙ୍କ ନାଁରେ ଟ୍ରାଫିକ ଚାଲାଣ ବି ବାକିଆ ଥିବା ସୂଚନା ।