ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ଚାଷୀ ଆନ୍ଦୋଳନରେ ଫାଟ ସୃଷ୍ଟି ହେଲାଣି । ଦୁଇଟି ପ୍ରମୁଖ ଚାଷୀ ସଂଗଠନ ଆନ୍ଦୋଳନରୁ ଓହରିଯିବାକୁ ଘୋଷଣା କରିଛନ୍ତି । ଭାରତୀୟ କିଷାନ ୟୁନିଅନ ମୁଖ୍ୟ ଠାକୁର ଭାନୁ ପ୍ରତାପ ସିଂହ ଚାଷୀ ଆନ୍ଦୋଳନରୁ ସେମାନଙ୍କ ସଂଗଠନ ଓହରିଯାଇଥିବା ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ମଧ୍ୟ ଆନ୍ଦୋଳନରୁ ଓହରିବା ଘୋଷଣା କରିଛି । ଗତକାଲିର ହିଂସାକାଣ୍ଡ ନେଇ ସେମାନେ ଦୁଃଖିତ ଏବଂ ମର୍ମାହତ । ତେଣୁ ଏହି ଆନ୍ଦୋଳନରୁ ସେମାନେ ଓହରି ଯାଇଥିବା ଘୋଷଣା କରିଛନ୍ତି । ଏହାପରେ ବହୁ ଚାଷୀ ଆନ୍ଦୋଳନରୁ ଓହରିଯିବାର ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here