କରୋନାର ନୂଆ ଷ୍ଟ୍ରେନ୍ ଏବେ ଉପରମୁହାଁ ହେବାରେ ଲାଗିଛି । ମହାରାଷ୍ଟ୍ରରେ ସଂଙ୍କ୍ରମଣ ବଢିବାପରେ ଏବେ ସବୁଠି କଡାକଡି ପାଳନ ହେଉଛି କୋଭିଡ ନିୟମ । ପୁଣେରେ ସବୁ ସ୍କୁଲ ଏବଂ କଲେଜ ଫେବ୍ରୁଆରୀ ୨୮ ଯାଏ ବନ୍ଦ ଘୋଷଣା ହୋଇଛି । କୋଚିଂ କ୍ଲାସ ବି ବନ୍ଦ ରହିବ । ରାତି ୧୧ ଟା ପର୍ଯ୍ୟନ୍ତ ଖୋଲାରହିବ ହୋଟେଲ, ରେସ୍ତୋରାଁ ଏବଂ ବାର୍ । କରୋନାର ସ୍ଥିତି ଆକଳନ କରିବା ପାଇଁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାତ୍ରୀକାଳୀନ କଟକଣା ଲାଗୁ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାତି ୧୧ଟାରୁ ସକାଳ ୬ଟା ଯାଏ ଘରୁ ନବାହାରିବାକୁ କୁହାଯାଇଛି । କେବଳ ଜରୁରୀ କାମରେ ବାହାରକୁ ଯାଇପାରିବେ ସାଧାରଣ ଲୋକ । ପୁଣେରେ ପୁଣି କର୍ଫ୍ୟୁ ଲାଗୁ ହେବା ପରେ ଏବେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଦେଶବ୍ୟାପୀ ଆତଙ୍କ ଖେଳି ଯାଇଛି । ଓଡିଶାରେ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇ ନଥିଲେ ମଧ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ମାସ୍କ ଚେକିଂକୁ କଡାକଡି କରି ଦିଆଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ରକ୍ଷା କରିବା ଏବଂ ହାତ ସାନିଟାଇଜ୍ ଉପରେ ଗୁରୁତ୍ବ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here