ପ୍ରସିଦ୍ଧ ତାଜମହଲରେ ପ୍ରବେଶକୁ ନେଇ ପ୍ରତିଦିନ କଟକଣା ଜାରି ରହିଥାଏ । ହେଲେ ବର୍ତ୍ତମାନ ଏହାକୁ କୋହଳ କରାଯାଇଛି । ଏଏସଆଇ ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୧୨ ତାରିଖ ସୋମବାର ୩ଘଣ୍ଟା ପାଇଁ ପର୍ଯ୍ୟଟକ ମାନେ କୌଣସି ଅର୍ଥ ନଦେଇ ତାଜମହଲ ଭିତରେ ପ୍ରବେଶ କରିପାରିବେ । ପ୍ରତି ବର୍ଷ ମୁସଲିମମାନେ ଇଦ-ଉଲ-ଫିତର ଓ ଇଦ-ଉଲ-ଅଜାହାରେ ତାଜମହଲ ଭିତରେ ନମାଜ ପାଠ ଏବଂ ପ୍ରାର୍ଥନା କରନ୍ତି । ଚଳିତ ବର୍ଷ ଇଦ ଉଲ ଜୁହା ଅଗଷ୍ଟ ୧୨ ତାରିଖରେ ପଡୁଥିବାରୁ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ତାଜମହଲରେ ପ୍ରବେଶ ଫ୍ରି ରହିବ । ଏବଂ ନିର୍ଦ୍ଧାରିତ ସମୟ ପରେ ପୁଣି ଟିକେଟ ବ୍ୟବସ୍ଥା ଚାଲୁ ରହିବ । ଏଥିପାଇଁ ତାଜମହଲରେ ପ୍ରବଳ ଭିଡ ହେବାର ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

LEAVE A REPLY

Please enter your comment!
Please enter your name here