ଉତ୍ତରାଖଣ୍ଡର ରିସ୍ପେସନିଷ୍ଟ ଅଙ୍କିତାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଦୋଷୀ ପୁଲକିତ ଆର୍ଯ୍ୟଙ୍କ ବାପା ବିନୋଦ ଆର‌୍ୟ୍ୟ ଏବଂ ତାଙ୍କ ଭାଇ ଅଙ୍କିତ ଆର‌୍ୟ୍ୟଙ୍କୁ ବିଜେପି ଦଳରୁ ନିଲମ୍ବିତ କରିଛି। ଏ ନେଇ ଉତ୍ତରାଖଣ୍ଡ ବିଜେପିର ପ୍ରଦେଶ ମହାମନ୍ତ୍ରୀ ରାଜେନ୍ଦ୍ର ସିଂହ ବିଷ୍ଟଙ୍କ ନାମରେ ଜାରି ଏକ ବିବୃତ୍ତିରେ ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ର ଭଟ୍ଟ ଅଙ୍କିତା ହତ୍ୟାର ସଜ୍ଞାନ ନେଇ ହରିଦ୍ୱାର ନିବାସୀ ଡା. ବିନୋଦ ଆର‌୍ୟ୍ୟ ଓ ତାଙ୍କ ପୁତ୍ର ଅଙ୍କିତ ଆର‌୍ୟ୍ୟଙ୍କୁ ଭାରତୀୟ ଜନତା ପାର୍ଟିରୁ ତତ୍କାଳ ପ୍ରଭାବରେ ବହିଷ୍କାର କରାଯାଇଥିବା କୁହାଯାଇଛି।
ଯେଉଁ ରିସର୍ଟରେ ଅଙ୍କିତା ରିସ୍ପେସନିଷ୍ଟ ଭାବେ କାମ କରୁଥିଲେ। ଅଙ୍କିତାଙ୍କ ହତ୍ୟାକାଣ୍ଡର ପ୍ରତିବାଦ କରି ସାର ରାଜ୍ୟରେ ବିକ୍ଷୋଭ ତେଜିବାରେ ଲାଗିଛି। ଆଜି ପୁଲକିତଙ୍କ ବାପା ତଥା ବିଜେପି ନେତାଙ୍କ ବିରୋଧରେ ପ୍ରବଳ ନାରାବଜି ହୋଇଥିଲା। ସମ୍ପୃକ୍ତ ବିଜେପି ନେତାଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ପାଇଁ ବିରୋଧୀ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here