ସୋନଭଦ୍ର : ଉତ୍ତରପ୍ରଦେଶର ସୋନଭଦ୍ର ପାହାଡର ମାଟି ତଳେ ହଜାର ହଜାର ସୁନା ମହଜୁଦ ହୋଇ ରହିଥିବା ଜଣାପଡିଛି । ପ୍ରାୟ ୩ ହଜାର ଟନ ସୁନାଥିବାର ଜଣାପଡିଛି । ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କହିବାଅନୁଯାୟୀ ସେଠାକାର ହରଦି ଅଞ୍ଚଳରେ ୬୪୬.୧୫ କିଲୋଗ୍ରାମ ସୁନା ଥିବାବେଳେ ସୋନ ପାହାଡରେ ୨୯୪୩.୨୮ ଟନ ସୁନା ମହଜୁଦ ରହିଛି । ଏହାଛଡା ଏହି ଅଞ୍ଚଳରେ ବହୁ ପରିମାଣର ଲୌହ ଓ ୟୁରାନିୟମ ଥିବା ମଧ୍ୟ ଜଣାପଡିଛି । ବିଶ୍ୱ ସ୍ୱର୍ଣ୍ଣ ପରିଷଦର କହିବାଅନୁଯାୟୀ ଭାରତରେ ବତ୍ତମାନ ୬୨୬ ଟନ ସୁନାର ଭଣ୍ଡାର ଅଛି । ମିଳିଥିବା ନୂଆ ସୁନାଖଣି ଏହାର ପାଞ୍ଚ ଗୁଣା ବୋଲି ଜଣାପଡିଛି । ଏହାର ଆନୁମାନିକ ମୂଲ୍ୟ ୧୨ଲକ୍ଷ କୋଟି ହେବ । ଏବେ ଏହାକୁ ଖୋଳି କାଢିବାକୁ ସରକାର ପ୍ରୟାସ ଜାରି କରିଛନ୍ତି । ତେବେ ମାଟି ଖୋଳି ସୁନା ଉତ୍ତୋଳନ ଏତେ ସହଜ ନୁହେଁ ବୋଲି ଜଣାପଡିଛି । କାରଣ ସୁନାକୁ ଜଗି ରହିଛନ୍ତି ଗୁଡିଏ ବିଷଧର ସାପ । ପାହାଡ ଚାରିପଟେ ୩ ପ୍ରକାର ପ୍ରଜାତିର ବିଷଧର ସାପ ନାଗ,ଅହିରାଜ,ବୋଡା ରହିଥିବାରୁ ସୁନା ଉତ୍ତୋଳନରେ ସମସ୍ୟା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here