ନୁଆଦିଲ୍ଲୀ :ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଭାରତ ଗ୍ରସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ସ୍ୱତନ୍ତ୍ର ବିମାନ ‘ଏୟାର ଫୋର୍ସ ୱାନ’ରେ ଟ୍ରମ୍ପ ତାଙ୍କ ପରିଜନଙ୍କ ସହ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି । ଟ୍ରମ୍ପଙ୍କ ସ୍ୱାଗତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ଦ୍ଧାରିତ ସମୟ ୧୧:୪୦ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ, କନ୍ୟା ଇଭାଙ୍କା ଟ୍ରମ୍ପ, ଜାମାତା କାର୍ଡ କୁସନର ଏବଂ ପ୍ରତିନିଧି ଦଳ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତିା ନୃତ୍ୟ ଓ ସାଂସୃତିକ କାର୍ଯ୍ୟକ୍ରମ ସହ ତାଙ୍କୁ ସ୍ୱାଗତ କରାଯାଇଛି । ପହଞ୍ଚିିବାର କିଛି ସମୟ ପୂର୍ବରୁ ଟ୍ରମ୍ପ ହିନ୍ଦୀରେ ଟୁଇଟ୍ କରିଥିଲେ ଆମେ ଭାରତ ଆସିବାକୁ ବ୍ୟାକୁଳ,ରାସ୍ତାରେ ଅଛୁ ଏବଂ ଅଳ୍ପ ସମୟ ମଧ୍ୟରେ ସମସ୍ତଙ୍କୁ ଭେଟିବୁ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ସଂସ୍କୃତରେ ଲେଖିଥିଲେ ‘ଅତିଥି ଦେବୋ ଭବଃ’ । ଏହାପରେ ସେମାନେ ସାବରମତୀ ଆଶ୍ରମ ଯିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here