ଭୟଙ୍କର ରୂପ ଧାରଣ କରି ଗୁଜୁରାଟ ଉପକୂଳକୁ ମାଡି ଆସୁଛି ବାତ୍ୟା ତଉକ୍ତେ । ଶନିବାର ସଂଧ୍ୟା ସୁଦ୍ଧା ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ବାରଘଣ୍ଟା ଭିତରେ ଏହା ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା ମଙ୍ଗଳବାର ଦିନ ପୋରବନ୍ଦର ଓ ନାଲିୟା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗୁଜରାଟ, କର୍ଣ୍ମାଟକ, କେରଳ ଓ ଗୋଆ ପ୍ରଭାବିତ ହେବ ବୋଲି କୁହାଯାଇଛି । ତଉକ୍ତେ ମୁକାବିଲା ପାଇଁ ପଚାଶରୁ ଅଧିକ ଏନଡିଆରଏଫ ଟିମ୍ ସଜାଗ ରହିଛି । ଉପକୂଳବର୍ତ୍ତୀ ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଅନେକ ସ୍ଥାନରେ ବନ୍ୟା ଆସିବା ନେଇ ଆଶଙ୍କା କରାଯାଇଛି ।

LEAVE A REPLY

Please enter your comment!
Please enter your name here