କଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ବଡ ସଫଳତା । ପୁଲୱାମା ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଜୈଶ କମାଣ୍ଡର ସଜ୍ଜାଦ ଭଟ୍ଟ ନିହତ ହୋଇଛି । ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛନ୍ତି ଦୁଇ ଜୈଓ ଏ ମହମ୍ମଦର ଆତଙ୍କବାଦୀ । ଆଜି ସକାଳୁ ଦୁଇ ଆତଙ୍କବାଦୀଙ୍କୁ ଧରିବାକୁ ଅନନ୍ତନାଗରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଦକ୍ଷିଣ କାଶ୍ମୀର ଜିଲ୍ଲାର ବିଜବେହରା ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବା ପରେ ତଲାଶ ଅଭିଯାନ ଆରମ୍ଭ କରାଯାଇଥିଲା । ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପରେ ଭାରତୀୟ ସେନା ଏହାର ଜବାବମୂଳକ ଭାବେ କାର‌୍ୟ୍ୟାନୁଷ୍ଠାନ ନେଇଥିଲା ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ ୧୪ରେ ଆତଙ୍କବାଦୀମାନେ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ୪୦ ଯବାନ ଶହୀଦ ହୋଇଥିଲେ । କେବଳ ସେତିକି ନୁହେଁ ଏହି ଆକ୍ରମଣ ପରେ ଆତଙ୍କବାଦୀମାନେ ଚୁପ୍ ହୋଇ ବସି ନଥିଲେ । ସେମାନେ ଜମ୍ମୁ କାଶ୍ମୀରର ବନିହାଲରେ ମଧ୍ୟ ସିଆରପିଏଫ୍ କ୍ୟାମ୍ପକୁ ବମ୍ ସାହାଯ୍ୟରେ ଉଡାଇବା ପାଇଁ ଚେଷ୍ଟା କରୁଥିଲେ । ତେବେ ସେମାନେ ଏଥିରେ ସଫଳ ହୋଇ ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here