ରାହୁଲ ଗାନ୍ଧିଙ୍କୁ ଛାତ୍ରଙ୍କ ପ୍ରଶ୍ନ – ଗରିବ ଲୋକଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବା ପାଇଁ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ କେଉଁଠୁ ଆସିବ ପାଣ୍ଠି ?
ଲୋକସଭା ନିର୍ବାଚନରେ ଜିତିବା ପାଇଁ ସମସ୍ତଙ୍କ ନଜର ଯୁବ ଭୋଟରଙ୍କ ଉପରେ । ଏହିକ୍ରମରେ ଚେନ୍ନାଇ ପରେ ମହାରାଷ୍ଟ୍ରର ପୁଣେରେ ଏକ କଲେଜରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଜରିଆରେ ନିର୍ବାଚନୀ ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମହାରାଷ୍ଟ୍ରର ପୁଣେ ଠାରେ ଛାତ୍ରଛାତ୍ରୀଙ୍କ ସହିତ କଥା ହେବା ବେଳେ ଜଣେ ଛାତ୍ର ତାଙ୍କୁ କଂଗ୍ରେସର ନିର୍ବାଚନ ଇସ୍ତାହାର ସଂପର୍କରେ ପ୍ରଶ୍ନ କରିଛନ୍ତି । ସରକାରକୁ ଆସିଲେ କଂଗ୍ରେସ ୨୦ ପ୍ରତିଶତ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବା ପାଇଁ ଇସ୍ତାହାରରେ ଘୋଷଣା କରିଛି । ତେବେ ସେ ଟଙ୍କା କେଉଁଠୁ ଆସିବ ? ରାହୁଲ ଗାନ୍ଧି ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଆମେ ନିରବ ମୋଦି, ଅନିଲ ଅମ୍ବାନି, ମେହୁକ ଚୋକସି, ବିଜୟ ମାଲ୍ୟା, ଏମାନଙ୍କ ଠାରୁ ପଇସା ଆଣି ଗରିବଙ୍କୁ ଦେବୁ । ମଧ୍ୟମ ବର୍ଗ ଲୋକଙ୍କ ଉପରେ ଟିକସ ବୋଝ ବଢିବ ନାହିଁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here