ବାଂଲାଦେଶରେ ଏୟାର କ୍ରାସ୍ । ଢାକାରେ ଏୟାରଫୋର୍ସ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ବିମାନଟି ଢାକାରେ ଏକ ସ୍କୁଲ୍ ବିଲ୍ଡିଂ ଉପରେ ଖସି ପଡ଼ିଥିଲା । ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ହେବା ସହିତ ଅନେକ ଛାତ୍ରଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେଉଁ ଫାଇଟର ଜେଟଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହାକୁ ଚୀନ୍ ବାଂଲାଦେଶ ପାଇଁ ତିଆରି କରିଥିଲା । ତେବେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ ଏହି FT-7BGI ଏକ ତାଲିମ ବିମାନ । ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଅନୁସାରେ ଫାଇଟର ଜେଟଟି ଦିନ ୧ଟା ୬ ମିନିଟରେ ଉଡ଼ାଣ ଭରିଥିଲା ଏବଂ ୧ଟା ୩୦ ମିନିଟ୍ ସୁଦ୍ଧା ଦୁର୍ଘଟଣାର ଶିକାର ହୋଇଥିଲା । ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ ଏହି ଦୁର୍ଘଟଣାର ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ପାଇଲଟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ ମୃତାହତ ଏବଂ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ।














