ନେସ୍‌ନାଲ୍‌ ଇଲିଜିବିଲିଟି-କମ୍‌-ଏଣ୍ଟ୍ରାନ୍‌ସ୍‌ ଟେଷ୍ଟ୍‍ (ନିଟ୍‌) ଅଣ୍ଡର୍‌ଗ୍ରାଜୁଏଟ୍‌ ପରୀକ୍ଷା ୨୦୧୯ ଦେବା ନିମନ୍ତେ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ୨୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପ୍ରାର୍ଥୀମାନଙ୍କୁ ଅନୁମତି ଦେଇଛନ୍ତି ।  ବୟସ ସୀମା ବୃଦ୍ଧି ପାଇଁ ସର୍ବୋଚ୍ଚ ଆଦଲତରେ ଏକ ଶିକ୍ଷାର୍ଥୀଙ୍କ ପକ୍ଷରୁ ଆବେଦନ ଦାଖଲ କରାଯାଇଥିଲା। ଏହାର ବିଚାର କରି ଅଦାଲତ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ପ୍ରବେଶିକା ପରୀକ୍ଷା ପାଇଁ ଅବେଦନର ଅନ୍ତିମ ତାରିଖ ନଭେମ୍ବର ୩୦ ରହିଥିଲା। ତେବେ ଏନେଇ ସୁପ୍ରିମ୍‌ କୋର୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ଆବେଦନ ପତ୍ର ଦାଖଲର ଅନ୍ତିମ ତାରିଖ ଏକ ସପ୍ତାହ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରବେଶିକା ପରୀକ୍ଷା ୨୦୧୯ ମେ ୫ରେ ହେବ।

LEAVE A REPLY

Please enter your comment!
Please enter your name here