ଆସାମର ଜୋରହଟ ହସ୍ପିଟାଲରେ ସ୍ଥିତି ଏଭଳି ସଙ୍ଗିନ ହୋଇପଡିଛି ଯେ, ନଭେମ୍ବର 1 ତାରିଖରୁ ନଭେମ୍ବର 9 ତାରିଖ ମଧ୍ୟରେ 16 ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଥମିବାର ନା ନେଉନାହିଁ. ଏହି ଘଟଣାର ଗଭୀର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ରାଜ୍ୟ ସରକାର. ରିପୋର୍ଟ ଅନୁସାରେ, କିଛି ଶିଶୁଙ୍କ ଶରୀରରେ ଜନ୍ମଗତ ରୋଗ ଦେଖିବାକୁ ମିଳିଥିବା ବେଳେ କିଛି ଶିଶୁଙ୍କ ଶରୀରର ଓଜନ ମଧ୍ୟ କମ୍ ରହିଛି. ଏହି ଘଟଣାର ତଦନ୍ତ ପାଇଁ ଗୌହାଟୀରୁ ଜୋରହଟ ହସ୍ପିଟାଲକୁ ଏକ ଉଚ୍ଚସ୍ତରୀୟ ଅନୁସନ୍ଧାନକାରୀ ଦଳକୁ ପଠାଯାଇଛି. ତେବେ ପ୍ରାଥମିକ ତଦନ୍ତ ପରେ ଏଭଳି ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା.

LEAVE A REPLY

Please enter your comment!
Please enter your name here