ପ୍ରତି ଓଡିଆ ଘରେ ବିବାହ ଭଳି କୌଣସି ଶୁଭ କାର୍ଯ୍ୟ ହେଲେ ଲୋଡା ହୁଅନ୍ତି କାଳିଆ ଠାକୁର. ପ୍ରଥମ ନିମନ୍ତ୍ରଣଟି କାଳିଆକୁ ଦିଆଯାଏ. ଶ୍ରୀଜଗନ୍ନାଥଙ୍କୁ ବିନା ନିମନ୍ତ୍ରଣରେ କୌଣସି ଶୁଭ କାର୍ଯ୍ୟ ସମ୍ଭବ ନୁହେଁ. କାରଣ ସେ ପ୍ରତିଟି ଓଡିଆର ଆରାଧ୍ୟ ଦେବତା. ମାତ୍ର, ଅନେକ ସମୟରେ ଦୂରଦୂରାନ୍ତରେ ଥିବା ଓଡିଆ ଭକ୍ତଟି ଚାହୁଁଥିଲେ ବି ଶ୍ରୀଜଗନ୍ନାଥଙ୍କ ପାଖକୁ ନିମନ୍ତ୍ରଣଟିଏ ପଠାଇବା ସମ୍ଭବ ହୁଏ ନାହିଁ ଏବଂ ଡାକ ଯୋଗେ ପଠାଇଲେ ତାହା କାଳିଆ ପାଖରେ ପହଞ୍ଚେ କି ନାହିଁ ତାହା କହିବା ସମ୍ଭବପର ନୁହେଁ. ମାତ୍ର ଏବେ, ଆଉ ପୁରୀ ଯାଇ ତିନି ଠାକୁରଙ୍କୁ ନିମନ୍ତ୍ରଣ କରିବାକୁ ପଡିବ ନାହିଁ.  ଆଜ୍ଞା ହଁ, ଯଦି ବିବାହ କିମ୍ବା କିଛି ବିଶେଷ ସମାରୋହ ଅନୁଷ୍ଠିତ ହେଉଛି, ତାହେଲେ ଯେଉଁଠି ବି ରୁହନ୍ତୁ ନା କାହିଁକି, ଶ୍ରୀଜଗନ୍ନାଥଙ୍କ ପାଖକୁ ଅନଲାଇନରେ ଏବେ  ନିମନ୍ତ୍ରଣ ପତ୍ର ପଠାଇ ପାରିବେ ବୋଲି  ଖୁଣ୍ଟିଆ ନିଯୋଗ ପକ୍ଷରୁ ଏହି ସୂଚନା ଦିଆଯାଇଛି. ଏହାଛଡା ଭକ୍ତଙ୍କ ପାଇଁ ଏହି ସେବା ବହୁତ ଜଲଦି ବିନା ମୂଲ୍ୟରେ ଆରମ୍ଭ କରାଯିବ. ତେବେ ଏଥିପାଇଁ ଏହାର ୱେବସାଇଟ ମୁମ୍ବାଇରେ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି. ଆରମ୍ଭ ହେବାକୁ ଥିବା ଏହି ୱେବସାଇଟକୁ ସଫ୍ଟୱେୟାର ଇଞ୍ଜିନିୟର ନିତିନ କୁମାର ସିଂ ପ୍ରସ୍ତୁତ କରିଥିବା ବେଳେ ଏହା 2-3 ଦିନ ଭିତରେ ଆରମ୍ଭ ହେବ ବୋଲି ଖୁଣ୍ଟିଆ ନିଯୋଗ ତରଫରୁ କୁହାଯାଇଛି.

LEAVE A REPLY

Please enter your comment!
Please enter your name here