ଯାଜପୁର ଜିଲ୍ଲା ଡୁବୁରୀରେ ଅନ୍ତରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଓଡିଶା ପ୍ରଦେଶର ରାଜ୍ୟସ୍ତରୀୟ ଦ୍ବିତୀୟ ବୈଠକ ସରାଂଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ସଭାକାର୍ଯ୍ୟରେ ଓଡିଶାର କୋଣ ଅନୁକୋଣରୁ ପ୍ରାୟ 450 ଜଣ ବ୍ରାହ୍ମଣ ଏକତ୍ରିତ ହୋଇଥିଲେ | ଅନ୍ତରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଏକ ଲାଭବିହୀନ ବେସରକାରୀ ସଂଗଠନ । ସଭାରେ ରାଜ୍ୟର ବିଶିଷ୍ଟ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରମ୍ପରା ଅନୁଯାୟୀ ପ୍ରଥମେ ନିଳଗିରି ବେଦ ବିଦ୍ୟାପୀଠର ବିଦ୍ୟାର୍ଥୀମାନଙ୍କ ଦ୍ଵାରା ବେଦଧ୍ବନୀ ସହିତ ଦୀପ ପ୍ରଜ୍ଜ୍ଵଳନ କରାଯାଇ ବିଶିଷ୍ଟ ବିଦ୍ବାନଙ୍କ ସହଯୋଗରେ ବିଶ୍ବକଲ୍ୟାଣ ନିମିତ୍ତ ସୂର୍ଯ୍ୟ ପୂଜା ଓ ମହାରୁଦ୍ରାଭିଷେକ କରିଥିଲେ | ଜଳପାନ ପରେ ସଂସ୍ଥାର ମାର୍ଗଦର୍ଶକ ମୁକ୍ତିମଣ୍ଡପ ସଦସ୍ୟ ବିଚିତ୍ରାନନ୍ଦ ମିଶ୍ର, ମହାବିନାୟକ ପ୍ରମୁଖ ପୂଜକ ହିମାଂଶୁ ଶେଖର ପଣ୍ଡା ପ୍ରଦେଶ ପ୍ରବକ୍ତା ପ୍ରାଚାର୍ଯ୍ୟ ମନୋଜ ପାଣିଗ୍ରାହୀ, କଟ୍ଟର ପ୍ରକୋଷ୍ଠ ସଚିବ ରାମଶଙ୍କର ଶତପଥୀ, ପ୍ରଭାରୀ ପର୍ଶୁରାମ ମିଶ୍ର, ଉପାଧ୍ୟକ୍ଷ ବିଭୁଭୁଷଣ ନନ୍ଦ, ଯୁବ ପ୍ରକୋଷ୍ଠ ପ୍ରଭାରୀ ଦେବୀଦତ୍ତ ମିଶ୍ର, ରାଜ୍ୟ ସଚିବ ଅମିୟ ଶତପଥୀ, ପ୍ରଭାରୀ ରାଜେନ୍ଦ୍ର ଦାଶ, ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସଚ୍ଚିଦାନନ୍ଦ ମିଶ୍ର, କଟକ ଜିଲ୍ଲା ଉପାଧ୍ୟକ୍ଷ ବିଶ୍ୱନାଥ କର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାଚାର୍ଯ୍ୟ ମନୋଜ ପାଣିଗ୍ରାହୀ ସଭା ପରିଚାଳନା କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ଆଗନ୍ତୁକ ବ୍ରାହ୍ମଣମାନଙ୍କୁ ସମ୍ମାନ ପତ୍ର, ଉତ୍ତରୀୟ , ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ସମ୍ମାନିତ କରାଯାଇଥିଲା | ସଭାଟିକୁ ଉତ୍ତମ ପରିଚାଳନା ପାଇଁ ସଚିବ ଅମୀୟ ଶତପଥୀ, ପ୍ରଭାରୀ ରାଜେନ୍ଦ୍ର ଦାଶ ତଥା ବିଶ୍ବନାଥ କରଙ୍କୁ ଧନ୍ୟବାଦ ଅର୍ପଣ କରି ଆଗାମୀ ବୈଠକର ଆୟୋଜନ ପାଇଁ ସୂଚନା ପ୍ରଦାନ କରି ସଭା ଭଙ୍ଗ କରିଥିଲେ ।

LEAVE A REPLY

Please enter your comment!
Please enter your name here