ରାୟଗଡା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୧ ତାରିଖରେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାୟଗଡା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୨୯୮ଟି ବୁଥ କରାଯାଇଥିବା ବେଳେ ପ୍ରତ୍ୟକ ବୁଥ ନିମନ୍ତେ ୬ ଜଣିଆ ପୁଲିଙ୍ଗ କର୍ମଚାରୀଙ୍କ ସହିତ ଜଣେ ଲେଖାଏଁ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିସହ  ସିଙ୍ଗଲ ଓ୍ବିଣ୍ଡୋ ଜରିଆରେ ପଞ୍ଜିକରଣ ସହ ପୋଲିଙ୍ଗ ପାଇଁ ବ୍ୟବହୃତ ସମସ୍ତ ଆନୁସାଙ୍ଗିକ ଜିନିଷ ପୋଲିଙ୍ଗ ଅଫିସରଙ୍କୁ ପ୍ରଦାନ କରାଯାଇଛି । ରାୟଗଡା ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ ମତଦାନ ସୁରୁଖୁରୁରେ କରିବା ପାଇଁ ମାଓ ପ୍ରବଣ ଅଞ୍ଚଳରେ ପୋଲିସ ଓ ସିଆରପିଏଫ ଯବାନ ମାନଙ୍କ ଦ୍ୱାରା ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି.  ୧୦ ରୁ ୧୨ ଟି ବୁଥ ପାଇଁ ଜଣେ ଲେଖାଁଏ ସେକ୍ଟର ଅଫିସର, ଜୋନାଲ ମାଜିଷ୍ଟ୍ରେଟ ନିୟୋଜିତ କରାଯାଇଥିବା ବେଳେ ପାରାମେଡିକାଲ ଫୋର୍ସ ମୁତୟନ କରାଯାଇଥିବା ରାୟଗଡା ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here