ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତ ଦେହ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ବାରିପଦା ପଣ୍ଡିତ ମୁର୍ମୁୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ମେଡିକାଲ ସମ୍ମୁଖରେ ମୃତ ଦେହ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ଚାନ୍ଦୁଆ ଥାନା ଚାଲଣିଆ ଗାଁର ଜଣେ ନାବାଳିକା ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିସôିତ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ହେବାକୁ ନେଇ ପରିବାର ଲୋକଙ୍କ ଅଭିଯୋଗ ରହିଛି । ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରୀୟା ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here