୨୦୦୧ରୁ ସ୍ଥାପନ ହେଲାଣି ବିଦ୍ୟାଳୟ । କିନ୍ତୁ ପିଲାଙ୍କ ପାଖରେ ପହଞ୍ଚିପାରୁନି ସର୍ବନିମ୍ନ ସୁବିଧା ସୁଯୋଗ. ବିଦ୍ୟୁତ ନାହିଁ କି ପିଇବା ପାଣି ନାହିଁ. ଦୀପ ଦଳ ଅନ୍ଧାର ଭଳି ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ନିକଟରେ ଏହି ବିଦ୍ୟାଳୟ ଥିଲେ ମଧ୍ୟ ଏପର୍ୟ୍ୟନ୍ତ ସଂଯୋଗ ହୋଇପାରିନାହିଁ ବିଜୁଳି । ଆମେ କହୁଛୁ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ସ୍ଥିତ କଲୋନୀ ୧୨ ପ୍ରାଥମିକ ବିଦ୍ୟାଳୟର କଥା । ଇଏ ଏମିତି ଏକ ବିଦ୍ୟାଳୟ, ଯେଉଁଠି ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ପାଚିକାଙ୍କୁ ବିଦ୍ୟାଳୟ ଠାରୁ ଗୋଟେ କିଲୋମିଟର ଦୁରରୁ ପାଣି ବୋହିବାକୁ ପଡୁଛି . ଆଉ ପିଲାଙ୍କ କଥା ନ କହିଲେ ଭଲ. ଖାଇବା ଥାଳି ଧୋଇବା ଓ ପିଇବା ପାଇଁ ପିଲାଙ୍କୁ ଘରୁ ପାଣି ଆଣିବାକୁ ପଡୁଛି । ୯୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ଏହି ବିଦ୍ୟାଳୟ ସଂପର୍କରେ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ମୌଳିକ ସୁବିଧା ସୁଯୋଗ ଦେବାରେ ବିଫଳ ହୋଇଛି ପ୍ରଶାସନ. ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କଠୁ ଆରମ୍ଭ କରି ପରିଚାଳନା କମିଟି ସଭ୍ୟସଭ୍ୟାମାନେ ବାରମ୍ବାର ବାଲିମେଳା କାର୍ୟ୍ୟନିର୍ବାହି ଅଧିକାରୀ, କୋରୁକୋଣ୍ଡା ବିଡିଓ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାର କୌଣସି ପଦକ୍ଷେପ ନିଆଯାଉନାହିଁ । ଏନେଇ ଅଭିଭାବକଙ୍କର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here