କନ୍ଧମାଳରେ ପୁଣି ଲଜ୍ଜା । ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡି ଅଚଂଳରେ ଜଣେ ୧୩ ବର୍ଷର ନାବାଳିକା ୮ ମାସର ଗର୍ଭବତୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ନାବାଳିକା ଜଣକ ସ୍କୁଲରୁ ଘରକୁ ଫେରିବା ସମୟରେ ଗାଁର ଜିରିମୟ ପ୍ରଧାନ ନାବାଳିକାକୁ ପାଖ ଜଙ୍ଗଲକୁ ନେଇ ଦୁର୍ଷ୍କମ କରିଥିଲା । ଫଳରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ଜଣକ ଏବେ ୮ ମାସର ଗର୍ଭବତୀ । ପୁଲିସ ଏନେଇ ମାମଲା ରୁଜୁ କରିବା ସହ ପୋସ୍କୋ ଆକ୍ଟ ଅନୁସାରେ ଝିଅଟିର ମେଡିକାଲ ଟେଷ୍ଟ କରିଛି । ଏଥିସହିତ ପୁଲିସ ଦୁର୍ଷ୍କମ କରିଥିବା ଜିରିମୟ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କିଛିଦିନ ପୂର୍ବେ ଦାରିଙ୍ଗବାଡି ସରକାରୀ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏକ ଶିଶୁ କନ୍ୟା ପ୍ରସବ କରିଥିଲେ, ଯାହା ସଂପୃକ୍ତ ଅଚଂଳରେ ଆଲୋଡନ ସୃଷ୍ଟି କରିଥିଲା । କିନ୍ତୁ ସେ ଘଟଣା ମନରୁ ନ ଲିଭୁଣୁ ପୂଣି ଏକ ଲଜ୍ୟା ଜନକ ଘଟଣା ନାରୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here