ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ । ଦୁଇଦିନ ଧରି ହୃଦଘାତରେ ପୀଡିତ ହେବାପରେ ସେ ଚିକିତ୍ସାଧୀନ ଥିଲେ । ମୃତ୍ୟୁବେଳକୁ ତାଙ୍କୁ 58 ବର୍ଷ ବୟସ ହୋଇଥିଲା ।

ଦୈନିକ ସମ୍ବାଦରେ କଟାକ୍ଷ ନାଁରେ ବ୍ୟଙ୍ଗଚିତ୍ର କରି ଆସୁଥିବା କାର୍ଟୁନିଷ୍ଟ କିଶୋର ରଥଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶୋକ ପ୍ରକାଶ କରିବା ଅମର ଆତ୍ମାର ସଦଗତି କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଶୋରଙ୍କ ବିୟୋଗ ଏକ ଅଫୂରଣୀୟ କ୍ଷତି ବୋଲି କହିଛନ୍ତି ।

କିଶୋରଙ୍କ କାର୍ଟୁନରେ ଏକ ସ୍ବତନ୍ତ୍ରତା ରହିଥିଲା । ବ୍ୟଙ୍ଗଚିତ୍ର ଓ ବ୍ୟଙ୍ଗ କବିତା ପାଇଁ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

LEAVE A REPLY

Please enter your comment!
Please enter your name here