ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ । ୮୩ ବର୍ଷ ବୟସରେ ନାଟ୍ୟକାର ବିଜୟ ମିଶ୍ରଙ୍କ ଦେହାନ୍ତ । ରାଜଧାନୀର ଏକ ଘରୋଇ ନର୍ସିଂ ହୋମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅନେକ ଓଡିଆ ଚଳଚ୍ଚିତ୍ର , ଧାରାବାହିକ, ନାଟକର ସ୍ରଷ୍ଟା ବିଜୟ ମିଶ୍ର ଥିଲେ । ବିଜୟ ମିଶ୍ରଙ୍କ ନାଟକ ‘ତଟ ନିରଞ୍ଜନା’ ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । କେନ୍ଦ୍ର ସଙ୍ଗିତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ବିଜୟ ମିଶ୍ର । ସମ୍ମାନଜନକ ଜୟଦେବ ପୁରସ୍କାର ପାଇଛନ୍ତି ବିଜୟ ମିଶ୍ର । ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନରେ ମଧ୍ୟ ସମ୍ମାନିତ ସେ ହୋଇଛନ୍ତି । ଲୋକପ୍ରିୟ ଧାରାବାହିକ ଶ୍ରୀ ଜଗନ୍ନାଥର ସଂଳାପ ଲେଖିଥିଲେ ବିଜୟ ମିଶ୍ର । ଯାହା ଏବେ ଘରେ ଘରେ ବେଶ୍ ପରିଚିତ ଲାଭ କରିଛି ।

LEAVE A REPLY

Please enter your comment!
Please enter your name here