ଆରସିଇଏମର ରୌପ୍ୟ ଜୟନ୍ତୀ ସମାରୋହକ୍ଷୁଦ୍ର କ୍ଷୁଦ୍ର ଜଳବିନ୍ଦୁ ବି ଟାଇଟାନିକ ଜାହଜକୁ ଡୁବାଇ ଦିଏ, ସୁକ୍ଷ୍ମ ବୁଦ୍ଧି ଦ୍ୱାରା ବ୍ରହ୍ମାସ୍ତ୍ର ତିଆରି ହୁଏ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଆରସିଇଏମର ରୌପ୍ୟ ଜୟନ୍ତି ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି । ଶିକ୍ଷା ପ୍ରତି ନିଷ୍ଠା ରହିଲେ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଥାଏ ବୋଲି ପ୍ରକାଶ କରି ରାଜ୍ୟପାଳ କହିଛନ୍ତି, ପିତାମାତାଙ୍କ ସ୍ୱପ୍ନ ସାକାର ପାଇଁ ପିଲାମାନେ ଧ୍ୟାନ ଦେବା ଦରକାର । ଏହି ସମାରୋହରେ ବିପିୟୁଟିର କୁଳପତି ପ୍ରଫେସର ସି.ଆର ତ୍ରିପାଠୀ ଓ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।