ଅସରାଏ ବର୍ଷାରେ ବେହାଲ ସ୍ମାର୍ଟ ସିଟି ଭୁବନେଶ୍ୱର । ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ବର୍ଷା ହୋଇଛି । କେବଳ ୪୫ ମିନିଟର ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇପଡ଼ିଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ହେତୁ ଓଡିଶାରୁ ଆନ୍ଧ୍ର ଉପକୂଳ ଯାଏଁ ଟ୍ରପ ଲାଇନ ହୋଇଛି । ନୟାପଲ୍ଲୀ ଇସ୍କନ ମନ୍ଦିର ପାଖରେ ରାସ୍ତା ଉପରେ ଦେଖାଦେଇଛି ଆଣ୍ଠୁଏ ପାଣି । ସେଠାରେ କାର, ବାଇକ ଭାସିଯାଉଥିବା ଦେଖିବାକୁ ମିଳିଛି । ଜନ୍ମାଷ୍ଟମୀ ପାଇଁ ଇସ୍କନରେ ଭିଡ ଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ୪୫ ମିନିଟ ବର୍ଷାରେ ଏପରି ବେହାଲ ହୋଇଛି ସ୍ମାର୍ଟ ସିଟିର । ପୂର୍ବରୁ ଏପରି ଅବସ୍ଥା ଦେଖା ଦେଉଥିବା ବେଳେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ପରିସ୍ଥିତିର ପୁନରାବୃତ୍ତି ହୋଇଛି । କେବଳ କାଗଜ କଲମରେ ରହିଯାଉଛି ପ୍ରତିଶ୍ରୁତି ।

LEAVE A REPLY

Please enter your comment!
Please enter your name here