କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଫକୀରପୁର ସିଟି ସ୍କୁଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ ତରଫା ପ୍ରେମକୁ ନେଇ ହୋଇଛି ଆକ୍ରମଣ । ସୂଚନା ଅନୁସାରେ ଫକୀରପୁର ସିଟି ସ୍କୁଲରେ ଜନୈକା ଛାତ୍ରୀକୁ ତାର କ୍ଲାସମେଟ ବଳଭଦ୍ର ଜେନା ବହୁବାର ପ୍ରେମ ନିବେଦନ କରିଥିଲେ ମଧ୍ୟ ଏହାକୁ ଛାତ୍ରୀଜଣକ ଗ୍ରହଣ କରି ନଥିଲେ । ପରେ ବଳଭଦ୍ର କ୍ରୋଧାନ୍ନିତ ହୋଇ ସ୍କୁଲ ପରିସରରୁ ଉକ୍ତ ଛାତ୍ରୀଙ୍କୁଏକ ନିଛାଟିଆ ଜାଗାକୁ ଉଠାନେଇ ମାରପିଟ କରିଥିଲା । ପୋଲିସ ଘଟଣା ସ୍ଥଳରେ ପହଁଚି ସ୍କୁଲ ପରିସରରେ ଲୁଚିଥିବା ବଳଭଦ୍ରକୁ ଗିରଫ କରି ପଚରା ଉଚରା ଜାରି ରଖିଛି । ଛାତ୍ରୀଙ୍କ ବାମ ଗୋଡ ଓ ଡାହାଣ ହାତରେ ବଡ କ୍ଷତ ହୋଇଥିବାରୁ ତାକୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ଏସ.ସି.ବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here