ଆସନ୍ତା ଏପ୍ରିଲ ପାଞ୍ଚରୁ ଚଉଦ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ଭୁବନେଶ୍ବର ପୁସ୍ତକ ମେଳା I ଚଳିତ ବର୍ଷ ଠାରୁ ଏହି ପୁସ୍ତକ ମେଳାରେ ଅନୁବାଦ ସାହିତ୍ୟ ପାଇଁ ବିଶିଷ୍ଟ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କ ସ୍ମୃତିରେ ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବାକୁ ଭୁବନେଶ୍ବର ପୁସ୍ତକ ମେଳା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି I ପ୍ରସ୍ତୁତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ସଂପାଦକ ଅଶୋକ ମହାନ୍ତି କହିଛନ୍ତି ଯେ, ଏଥରକ ମେଳା ପରିସରରେ ସ୍ବତନ୍ତ୍ର ସାହିତ୍ୟିକ ମଣ୍ଡପର ବ୍ୟବସ୍ଥା କରାଯାଇଛି I ପୁସ୍ତକ ମେଳା ମୁଖ୍ୟ ମଣ୍ଡପରେ ପ୍ରତିଦିନ ସାହିତ୍ୟ ସଭା ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି I ଏହି ଅବସରରେ ଏକ ସ୍ବତନ୍ତ୍ର ସ୍ମରଣିକା ପ୍ରକାଶ କରାଯିବ I ପୁସ୍ତକମେଳାରେ ଷ୍ଟଲ ନେବାକୁ ଓ ସ୍ମରଣିକାରେ ବିଜ୍ଞାପନ ଦେବାକୁ ଆଗ୍ରହୀ ପ୍ରକାଶନୀ ସଂସ୍ଥା ଆବାହକ ପବିତ୍ର ପ୍ରଧାନ ଓ ଯୁଗ୍ମ ସଂପାଦକ ସିଦ୍ଧାର୍ଥ ଧଳଙ୍କୁ 9437059417 ନମ୍ବରରେ ଯୋଗାଯୋଗ କରିପାରିବେ I ଦଶଦିନ ବ୍ୟାପୀ ହେବାକୁ ଥିବା ଏହି ମେଳାରେ ଛ ଦିନ ସରକାରୀ ଛୁଟିଦିନ ରହୁଥିବାରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି I

LEAVE A REPLY

Please enter your comment!
Please enter your name here