ଓଡିଶାରେ ପହଁଞ୍ଚିଲେ ମଲ୍ଲିକାର୍ଜୁନ୍ ଖାଡଗେ । ଭୁବନେଶ୍ୱରରେ ପହଁଞ୍ଚିବା ପରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା , ବିଧାୟକ ଏବଂ ରାଜ୍ୟ ପ୍ରଭାରୀ ଖାଡଗେଙ୍କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ଅପରାହ୍ନରେ ଖାଡଗେ ସାମ୍ବାଦିକ ସମ୍ମିଳନୀ କରିବେ । ସେହିପରି ଆସନ୍ତା ୧୭ରେ ହେବାକୁ ଥିବା ଏଆଇସିସି ସଭାପତି ଦାୟିତ୍ୱ ପାଇଁ ୪୨୮ ପିସିସି ସଭ୍ୟଙ୍କ ସହ ଆଲୋଚନା କରିବେ । ଏହାପରେ ସେ ସଂଧ୍ୟାରେ ଦିଲ୍ଲୀ ଫେରିଯିବେ ବୋଲି କଂଗ୍ରସ ପକ୍ଷରୁ କୁହାଯାଇଛି । ଜାତୀୟ କଂଗ୍ରେସର ସଭାପତି ପ୍ରାର୍ଥୀ ଭାବରେ ଖାଡଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ ହେବ । ଓଡିଶାରେ ଥିବା ୪୨୮ ପିସିସି ସଭ୍ୟ ଏଥିରେ ମତଦାନ କରିବେ ।

LEAVE A REPLY

Please enter your comment!
Please enter your name here