କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡା ପଂଚାୟତର କୁମ୍ବେମେଲୁ ଗାଁ ନିକଟସ୍ଥ ଜଙ୍ଗଲରେ ବଡ଼ ଧରଣର ହାମଲା ନେଇ ବ୍ଲୁ ପ୍ରିଣ୍ଟ ଚଳାଇଥିଲେ ମାଓବାଦୀ । କୁମ୍ବେମେଲୁ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ବିଏସଏଫ ପକ୍ଷରୁ ହୋଇଥିଲା କମ୍ବିଂ ଅପେରସନ । ଉର୍ଦ୍ଧ୍ବ ସମୟ ଧରି କମ୍ବିଂ ଅପେରସନ ସମୟରେ କୁମ୍ବେମେଲୁ ଜଙ୍ଗଲରେ ମାଓ ଡମ୍ପ ଠାବ କରିଥିଲେ ଯବାନ । ମାଓ ଡମ୍ପରୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ସମେତ ମାଓବାଦୀଙ୍କ ନିତ୍ୟ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ବିଏସଏଫ ପକ୍ଷରୁ କୁମ୍ବେମେଲୁ ଜଙ୍ଗଲରୁ ଠାବ ହୋଇଥିବା ମାଓ ଡ଼ମ୍ପରୁ ଦୁଇଟି ରାଇଫଲ, ଜିଲଟିନ, ଡିଟୋନେଟର, ମାଓବ୍ୟାନର, ମେଡ଼ିସିନ, ମାଓ ବ୍ୟାନର ଛପାଇବା ପାଇଁ ଇଙ୍କ ସମେତ ବହୁ ସାମଗ୍ରୀ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here