କେନ୍ଦୁଝର ଜିଲ୍ଲାର ଦୁର୍ଗମ ବଣପାହାଡ ଘେରା ଆଦିବାସୀ ବହୁଳ କେ. ବାଲିପାଳ ପଞ୍ଚାୟତ । ଏହି ପଞ୍ଚାୟତ ଅଧୀନରେ ରହିଛି ସାତଟି ଗାଁ । ପ୍ରାୟ ପାଂଚ ହଜାରରୁ ଅଧିକ ଲୋକ ବସବାସ କରନ୍ତି ଏହି ପଞ୍ଚାୟତରେ । କିନ୍ତୁ ଏପର୍ଯ୍ୟନ୍ତ ଏହି ପଂଚାୟତର କୌଣସି ଲୋକ କରୋନାରେ ଆକ୍ରାନ୍ତ ହୋଇନାହାଁନ୍ତି । ଆଉ କରୋନା ଯେପରି ପଂଚାୟତକୁ ପ୍ରବେଶ ନକରେ, ସେଥିପାଇଁ ଗାଁ ଲୋକ ବି ଖୁବ ସଚେତନ ।
ଗାଁ ଲୋକଙ୍କ କହିବା କଥା, ବଣପାହାଡ ଘେରା ସାଙ୍ଗକୁ ରାସ୍ତାଘାଟରେ ଅସୁବିଧା ଥିବା କାରଣରୁ ବାହାର ଲୋକ ପଂଚାୟତକୁ ଆସନ୍ତି ନାହିଁ । ଆଉ ଯେଉଁମାନେ ଆସନ୍ତି, ସେମାନଙ୍କୁ ସଙ୍ଗରୋଧରେ ରଖାଯାଏ । ପଂଚାୟତର ଆଶା ଦିଦି, ଅଙ୍ଗନଓାଡି କର୍ମୀ, ସରପଞ୍ଚ ଏବଂ ଓାର୍ଡ ମେମ୍ବର ସମସ୍ତେ ଗାଁକୁ ଗାଁ ବୁଲି ଲୋକଙ୍କୁ କରୋନା ସଂପର୍କରେ ସଚେତନ କରାଇଆସୁଛନ୍ତି । ଲୋକଙ୍କୁ ମାସ୍କ, ସାବୁନ ଆଦି ବାଣ୍ଟିବା ସହ ପରିଷ୍କାର ପରିଚ୍ଛନ୍ନ ରହିବାକୁ ପରାମର୍ଶ ଦେଉଛନ୍ତି । ଆଉ ଲୋକେ ବି ନିୟମ ପାଳନ କରୁଛନ୍ତି । ନିଜ ଜମିରେ ଚାଷବାସ କରି ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବାରୁ ବାହାର ଲୋକଙ୍କ ସହ ସେମାନଙ୍କର କୌଣସି ସଂପର୍କ ନଥାଏ । ଫଳରେ ଗାଁ ମୁହାଁ କରୋନାକୁ ରୋକିବାରେ ସଫଳ ହୋଇପାରିଛନ୍ତି କେ ବାଲିପାଳ ପଂଚାୟତର ଲୋକେ ।

LEAVE A REPLY

Please enter your comment!
Please enter your name here