ମହଙ୍ଗା ପଡିଲା କରୋନା ସମ୍ପର୍କରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାର । ଗୁଜବ ପ୍ରଚାର କରି ଗିରଫ ହେଲେ ଯୁବକ । ରାୟଗଡା ଜିଲ୍ଲାରେ କରୋନା ପହଁଞ୍ଚିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯୁବକ ଜଣକ । ଖାଲି ସେତିକି ନୁହେଁ କାଶୀପୁରର ଜଣେ କରୋନାରେ ଆକ୍ରାନ୍ତ , କେରଳରୁ ଫେରିଥିଲେ ଦାଦନ ଶ୍ରମିକ , ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି , ବ୍ରେକିଂ ନ୍ୟୁଜ୍ କରି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯୁବକ । ପରେ ଏହି ଘଟଣାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଥିଲା । ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ବ୍ଲକରେ ଥିବା ମେଡିକାଲରେ ରୋଗୀକୁ ଚିହ୍ନଟ କରିଥିଲା । ପରେ ଏହି ଖବର ଗୁଜବ ବୋଲି ଜଣାପଡିଥିଲା । ତେବେ ଏହି ଘଟଣାରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ସୋସିଆଲ ମିଡିଆରେ ଗୁଜବ କରିଥିବା ସମ୍ପୃକ୍ତ ବ୍ୟକ୍ତି ସତ୍ୟ ନାରାୟଣ ସାମଲକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସତ୍ୟ ନାରାୟଣ ସାମଲ । ଘର ଅମ୍ବାଦଳାରେ ବୋଲି ରାୟଗଡା ଏସପି ସୁଚନା ଦେଇଛନ୍ତି । କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ରେଗୁଲେସନ ଜାରି ହୋଇଛି । ଯଦି କେହି କରୋନା ସମ୍ପର୍କରେ ଗୁଜବ ପ୍ରଚାର କରନ୍ତି ଏହାକୁ ଅପରାଧ ବୋଲି ବିବେଚନା କରାଯିବ ଓ ସେଦମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here