ଆସନ୍ତା କାର୍ତିକ ବ୍ରତ ପାଇଁ ଚୂଡାନ୍ତ ହୋଇଛି ନୀତି | ଶ୍ରୀମନ୍ଦିରର ଛତିଶା ନିଯୋଗ ଓ ନୀତି ସବକମିଟି କାର୍ତିକ ବ୍ରତ ପାଇଁ ନୀତି ଚୂଡାନ୍ତ କରିଛନ୍ତି | ଆସନ୍ତା ଅକ୍ଟୋବର ୯ ତାରିଖରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ନୀତି ନିର୍ଘଂଟ ହୋଇଛି ହୋଇଛି | ହବିଷ୍ୟାଳିଙ୍କ ସୁବିଧା ପାଇଁ ଭୋର ୪ଚାରୁ ଦ୍ୱାରଫିଟା ନୀତି ଓ ଭୋର ୫ଟାରେ ମଙ୍ଗଳ ଆଳତୀ କରିବାକୁ ନୀତି ଧାର୍ଯ୍ୟ କରାଯାଇଛି | ସେପଟେ କାର୍ତିକ ବ୍ରତ କରିବା ପାଇଁ ବହୁ ସଂଖ୍ୟାରେ ହବିଷ୍ୟାଳିଙ୍କ ଭିଡ ଜମୁଥିବା ବେଳେ, ହବିଷ୍ୟାଳିଙ୍କ ରହଣି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୧୩ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୩ଟି ସ୍ଥାନରେ ପ୍ରାୟ ୩ ହଜାର ହବିଷ୍ୟାଳିଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ରେଳବାଇ ଟୁରିଷ୍ଟ କମ୍ପେ୍ଲକ୍ସରେ ୯ଶହ, ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ୬ଶହ ଓ ନରେନ୍ଦ୍ର କୋଣ ହବିଷ୍ୟାଳି କେନ୍ଦ୍ରରେ ୧୫ଶହ ହବିଷ୍ୟାଳୀଙ୍କ ରହିବା ବ୍ୟବସ୍ଥା ହୋଇଛି । ଏଥିପାଇଁ ଆଗ୍ରହୀ ହବିଷ୍ୟାଳୀମାନେ ଆସନ୍ତା ୧୧ ତାରିଖ ମଧ୍ୟରେ ଅନଲାଇନ ଓ ସିଧାସଲଖ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଆବେଦନ କରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି |

LEAVE A REPLY

Please enter your comment!
Please enter your name here