ଆସନ୍ତାକାଲିଠୁ ପୁଣି ଥରେ କଡାକଡ଼ି ଭାବେ ଲାଗୁ ହେବାକୁ ଯାଉଛି ନୂଆ ଟ୍ରାଫିକ ନିୟମ | ସେପଟେ ଗାଡ଼ି ଚାଳକଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ୩ ମାସ କୋହଳ କରିଛନ୍ତି | ପୂର୍ବ ନିର୍ଦ୍ଧାରିତ ସମୟସୀମାକୁ ରାଜ୍ୟ ସରକାର ଆଉ ୩ମାସ ବୃଦ୍ଧି କରିଛନ୍ତି ମାତ୍ର ଅନ୍ୟ ସବୁ ନିୟମ କଡାକଡି ରୂପେ ପାଳନ କରାଯିବ ଓ ଦଣ୍ଡିତ କରାଯିବ ବୋଲି ସ୍ପଟ କରିଛନ୍ତି | ଏଥିନିମନ୍ତେ କୌଣସି ଜୋରଜବରଦସ୍ତି ବି କରାଯିବ ନାହିଁ | ପୁଲିସ୍‌ ହାବୁଡ଼ରୁ ଖସିଲେ ଜୋରିମାନା ସହ ସୁଧ ଦେବାକୁ ପଡିବ | ଖୋଦ ଟ୍ୱିନ୍ ସିଟି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଜି ଏସମ୍ପର୍କରେ ସୂଚନା ଦେଇଛନ୍ତି | ପୁଲିସ ହାତରୁ ଖସିଯାଇଥିବା ବ୍ୟକ୍ତିଙ୍କ ଗାଡ଼ି ନମ୍ୱରକୁ ଦେଖି ଆର୍‌ଟିଓ ଅଫିସ ଖାତାରେ ଜୋରିମାନା ସୁଧ ସହ ଦେବାକୁ ପଡ଼ିବ | ଆଉ ଉଲ୍ଲଘଂନକାରୀ ଗଣିବେ ମୋଟା ଅଙ୍କର ଜୋରିମାନା | ଅପରପକ୍ଷେ ଅନେକ ସମୟରେ ପୋଲିସ କର୍ମଚାରୀ ନିୟମ ଖିଲାପକାରି ବ୍ୟକ୍ତିଙ୍କ ଠାରୁ ଚାଲାଣ କାଟୁଥିବା ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ | ଏଥର କିନ୍ତୁ ଲୋକଙ୍କ ସହ ଯୁକ୍ତିତର୍କ ନକରିବାକୁ କର୍ମଚାରୀଙ୍କୁ କୁହାଯାଇଛି | ଯେଉଁମାନେ ଭଲରେ ନଦେବେ, ତାଙ୍କ ଜରିମାନା ଖାତାରେ ଗଡ଼ିବ | ନିୟମ ଉଲ୍ଲଂଘନକାରୀଙ୍କୁ ସିସିଟିଭି ଜରିଆରେ ଚିହ୍ନଟ କରାଯିବ | ସିସିଟିଭିରେ ଚିହ୍ନଟ ଖିଲାପୀଙ୍କ ନିକଟକୁ ପଠାଯିବ ଚାଲାଣ | ତେଣୁ ଏଥର ସତର୍କତାର ସହ ନିୟମ ମାନି ଯାତାୟତ କରିବାକୁ ଟ୍ୱିନ୍ ସିଟି ପୁଲିସ୍‌ କମିଶନର ଉପଦେଶ ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here