ଦେଶରେ କରୋନାର ଦୈନିକ ସଙ୍କ୍ରମଣ ୫ ହଜାର ଟପିଛି । ଗତ ୨୪ ଘଣ୍ଟାରେ ୫ ହଜାର ୩୩୫ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି । ଗତକାଲି ତୁଳନାରେ ସଙ୍କ୍ରମଣ ୨୦ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି କରୋନାରେ ୬ ଜଣଙ୍କର ଜୀବନ ଯାଇଛି । ଏବେ ଦେଶରେ ସକ୍ରିୟ ମାମଲା ରହୁଛି ୨୫ ହଜାର ୫୮୭କୁ ବୃଦ୍ଧି ପାଇଛି । ଦିଲ୍ଲୀ , ମହାରାଷ୍ଟ୍ର, ହରିୟାଣା, ତାମିଲନାଡୁ , ହିମାଚଳ ପ୍ରଦେଶ , ଉତ୍ତରପ୍ରଦେଶ, କର୍ଣ୍ଣାଟକରେ ଅଧିକ ମାମଲା ସାମ୍ନାକୁ ଆସୁଛି । ଗତକାଲି ୪ ହଜାର ୪୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here