କଥାକୁ ଚପାଇଦେବା ପାଇଁ ଏ ଝିଅକୁ ଫସାଇଦିଆଯାଉଛି କି? । ଚିନ୍ମୟୀ ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କିଏ ଚକ୍ରାନ୍ତ କରୁଛି କି? ନାଁ ଆଦିତ୍ୟଙ୍କ ମୃତ୍ୟୁ ପଛରେ ଚିନ୍ମୟୀଙ୍କର ଷଡଯନ୍ତ୍ର ରହୁଛି । ଆଦିତ୍ୟଙ୍କ ମୃତ୍ୟୁର ୨ ମାସ ପରେ ରହସ୍ୟମୟୀ ମହିଳାଙ୍କ ନାଁ ଆସିବା ପରେ କାଲି ଗଣମାଧ୍ୟମରେ ନିଜ ପ୍ରତିକ୍ରୀୟା ରଖିଥିଲେ ଚିନ୍ମୟୀ । ଏବଂ ସେ ସାଇକୋ ନୁହଁନ୍ତି, ଯିଏ ତାଙ୍କୁ ସାଇକୋ ଆଖ୍ୟା ଦେଉଛନ୍ତି ସେମାନଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଚିନ୍ମୟୀ ଗଣମାଧ୍ୟମକୁ ସଫସଫା କହିଥିଲେ । ତେବେ ଆଜି ଚିନ୍ମୟୀଙ୍କର ଆଉ ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଛି । ଯେଉଁ ଅଡିଓରେ ସେ ମାନିଛନ୍ତି ସେ ଜଣେ ସାଇକୋ ବୋଲି । ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ଟୁଇଷ୍ଟ । ତେବେ ସାଧାରଣ ଲୋକଙ୍କ ପ୍ରଶ୍ନ । ଯଦି ଆଦିତ୍ୟଙ୍କୁ ଚିନ୍ମୟୀ ଲୋକ ଲଗାଇ ହତ୍ୟା କରିଛନ୍ତି । ଚିନ୍ମୟୀଙ୍କୁ ଯଦି ଆଦିତ୍ୟଙ୍କ ପରିବାର ଲୋକ ସନ୍ଦେହ କରୁଛନ୍ତି । ତାହେଲେ ମୃତ୍ୟୁର ୨ ମାସ ପରେ କାହିଁକି ଉଠିଲା ଚିନ୍ମୟୀଙ୍କ ନାଁ । ଆଦିତ୍ୟଙ୍କର କେହି ଶତ୍ରୁ ଅଛନ୍ତି ବୋଲି ଯେତେବେଳେ ଗଣମାଧ୍ୟମ ପ୍ରଶ୍ନ କରୁଥିଲା , ସେତେବେଳେ କାହିଁକି ଚୁପ୍ ରହିଥିଲେ ବିଦ୍ୟାଶ୍ରୀ । ପପୁ , ବିକାଶଙ୍କୁ ସନ୍ଦେହ କରୁଥିବା କଥା କହୁଥିବାବେଳେ କାହିଁକି ଆଦିତ୍ୟଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କଥା ଲୁଚାଇଥିଲେ ବିଦ୍ୟାଶ୍ରୀ ।
ତେବେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଥିବାବେଳେ ସାମ୍ନାକୁ ଆସୁଛି ନୂଆ ନୂଆ ଚେହେରା । ତେବେ କେବେ ସଠିକ୍ ଭାବେ ତଦନ୍ତ କରି ଦୋଷୀକୁ ବାହାର କରିବ ପୋଲିସ । ତାହା ଉପରେ ଏବେ ସମସ୍ତଙ୍କ ନଜର

LEAVE A REPLY

Please enter your comment!
Please enter your name here