କୁମ୍ଭୀର ବୁଲୁଛି ମଝି ନଈରେ । ନଈକୂଳରେ ଳୁଚି ରହିଛି କୁମ୍ଭୀର । ପାଣିରେ ପହଁରୁଛି , ଛାତିରେ ଛନକା ପଶୁଛି । ନଈରେ କୁମ୍ଭୀର ଘୁରି ବୁଲୁଥିବାରୁ ଭୟରେ ବିତୁଛି ଲୋକଙ୍କ ଜୀବନ । କୁମ୍ଭୀର ଭାସୁଥିବାରୁ ଭୟରେ ଲୋକେ ନଦୀକୁ ଗାଧୋଇବା ପାଇଁ କି ମାଛ ଧରିବା ପାଇଁ ଯାଇପାରୁନାହାଁନ୍ତି । ଜଗତସିଂହପୁର ଜିଲ୍ଲା ମାଛ ଗାଁ ସ୍ଥିତ ଦେବୀ ନଦୀରେ ବିଶାଳ କୁମ୍ଭୀରକୁ ଦେଖି ଲୋକେ ଛାନିଆ ହୋଇଛନ୍ତି । ଆଶ୍ଚର୍ୟ୍ୟ ର ବିଷୟ ହେଉଛି ଦୀର୍ଘ ବର୍ଷ ପୂର୍ବରୁ ଜଗତସିଂହପୁର ଜିଲ୍ଲାର କୌଣସି ନଦୀରେ କୁମ୍ଭୀର ଦେଖିବାକୁ ମିଳିନଥିଲା। ମାତ୍ର ଏହି କିଛି ଦିନ ତଳେ ବିରିଡି ବ୍ଲକ ସ୍ଥିତ ଦେବୀ ନଦୀରେ କିଛି ଲୋକ ଦେଖିଥିବା କହୁଥିବା ବେଳେ ଆଜି ମାଛଗାଁ ଅଂଚଳରେ ସ୍ଥାନୀୟ ଲୋକେ କୁମ୍ଭୀର ଦେଖି ତାଟଙ୍ଗା ହୋଇଯାଇଛନ୍ତି ।