ଗାନ୍ଧି ଜୟନ୍ତୀ ପୂର୍ବରୁ କୋଣାର୍କ ହେବ ସ୍ୱଚ୍ଛ ସହର । ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୋଣାର୍କର ସୂର୍ଯ୍ୟ ମନ୍ଦିର ଓ କୋଣାର୍କ ସହରକୁ ଆସନ୍ତା ଗାନ୍ଧି ଜୟନ୍ତୀ ପୂର୍ବରୁ, ସ୍ୱଚ୍ଛ ସହରର ମାନ୍ୟତା ଦିଆଯିବ ବୋଲି ଦୃଢତାର ସହ କହିଛନ୍ତି ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ । କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକ୍ରମେ ଓଡିଶାର ସମସ୍ତ ଜିଲ୍ଲାର ପୌରସଂସ୍ଥା ଅଞ୍ଚଳରୁ ବାହାରୁ ଥିବା କଠିନ ବର୍ଯ୍ୟବସ୍ତୁକୁ ସଂଗ୍ରହ କରାଯାଇ ଏହାକୁ କିପରି ସଠିକ ବିନିଯୋଗ କରାଯିବ ସେ ବିଷୟରେ ନଗର ଉନ୍ନୟନ ବିଭାଗ, ସମସ୍ତ ଜିଲ୍ଲା ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତଦନୁଯାଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ବିଶ୍ୱପ୍ରସିଦ୍ଧ କୋଣାର୍କକୁ ସ୍ୱଚ୍ଛ ଏବଂ ସୁସ୍ଥ ଭାବରେ ଗଢି ତୋଳିବା, ଯାତ୍ରୀନିବାସର ସମ୍ମିଳନୀ କକ୍ଷରେ କୋଣାର୍କ ଅଞ୍ଚଳର ବୁଦ୍ଧିଜିବୀ,ମହିଳା ଗୃହ, ବ୍ୟବସାୟୀ ମାନଙ୍କୁ ନେଇ ଏକ କର୍ମସ୍ଥଳୀର ଆଲୋଚନା କରିଥିଲେ । କର୍ମଶାଳାର ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ,କୋଣାର୍କ ଏନଏସିର ର୍ନିବାହୀ ଅଧିକାରୀ ଓ କଠିନ ବର୍ଯ୍ୟବସ୍ତୁ ଦାୟିତ୍ୱ ଦେଇଥିବା ଫିଡବ୍ୟାକ ଫାଉଣ୍ଡେସନର ଅଧ୍ୟକ୍ଷ ଅଜୟ ସିହ୍ନା ଯୋଗ ଦେଇଥିଲେ । କୋଣାର୍କ ଏନଏସି ପକ୍ଷରୁ କୋଣାର୍କ ଅଞ୍ଚଳର ସମସ୍ତ ବ୍ୟବସାୟୀ ମାନଙ୍କୁ ବର୍ଯ୍ୟବସ୍ତୁ ରଖିବା ପାଇଁ ଡଷ୍ଟବିନ ଯୋଗାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here