ଗିରଫ ହେଲେ ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାୟକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ୨୦୧୪ରୁ ୨୦୧୯ ପର‌୍ୟ୍ୟନ୍ତ ଭବନୀପାଟଣାର ବିଧାୟକ ଥିଲେ ଅନାମ । ବିଜେଡି ବିଧାୟକ ଥିବା ସମୟରେ ବହୁ କେଳେଙ୍କାରୀରେ ଲିପ୍ତ ଥିବା ଅଭିଯୋଗ ଥିଲା । ଗତ ୧୭ ତାରିଖ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅନାମଙ୍କ ଭବାନୀପାଟଣା ଘର, ମଦନପୁର ରାମପୁରରେ ଥିବା ଲଜ୍‌, ବାର ସମେତ ନୂଆ କରି ତିଆରି ହେଉଥିବା ଲଜରେ ରେଡ୍ କରି ଛାନଭିନ ଚଳାଇଥିଲା । ଚଢାଉ ବେଳେ ଅନାମ ନାଏକଙ୍କ ଠାରୁ ମୋଟ ୩ କୋଟି ୪୨ ଲକ୍ଷ ୪୦୨ ଟଙ୍କାର ଅସ୍ଥାବର ଓ ସ୍ଥାବର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଆଜି ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ୨୦୧୪ରେ ଅନାମ ନାୟକ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here