ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡ଼ି ସେଣ୍ଟରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ | ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉପସ୍ଥିତ ରହି ସେଣ୍ଟରକୁ ସର୍ବୋଚ୍ଚ ସାମରିକ ସମ୍ମାନ ‘କଲର୍ସ ଆୱାର୍ଡ’ ପ୍ରଦାନ କରିଛନ୍ତି |‘କଲର୍ସ ଆୱାର୍ଡ’ ହେଉଛି ସଶସ୍ତ୍ର ସେନା ପାଇଁ ସର୍ବୋଚ୍ଚ ସାମରିକ ସମ୍ମାନ | ଉଭୟ ଶାନ୍ତି ଏବଂ ସଂଘର୍ଷ ସମୟରେ ସେନା କର୍ପସ୍ର ପ୍ରଦର୍ଶନକୁ ଭିତ୍ତି କରି ଏହି ପୁରସ୍କାର ଚୟନ କରାଯାଇଥାଏ | ରାଷ୍ଟ୍ରପତି ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ | ଏହି ଅବସରରେ ସେ ଭାରତୀୟ ସେନାର କାର୍ଯ୍ୟଧରାକୁ ପ୍ରଶଂସା କରିବା ସହ ଏଠାକୁ ପ୍ରଥମ ଥର ପାଇଁ ଆସି ମୋତେ ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି | ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here