ମୁନିଗୁଡାରେ ରାସ୍ତାକାମକୁ ବିରୋଧ କରି ମାଓବାଦୀଙ୍କ ଲଙ୍କାକାଣ୍ଡ । ଜେସିବି ସମେତ ରାସ୍ତା କାମରେ ନିୟୋଜିତ ତିନୋଟି ଗାଡିକୁ ଜାଳିଦେଲେ ମାଓବାଦୀ । ।ଶରଧାପୁରରୁ ଥୁଆପାଡି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକକୁ ବିରୋଧ କରି ମାଓବାଦୀମାନେ ଏଭଳି ଲଙ୍କାକାଣ୍ଡ ଘଟାଇଥିବା କୁହାଯାଇଛି । ଗତକାଲି ରାତିରେ ୧୫ ଜଣ ମାଓବାଦୀ ଟିକରପଡା ଗାଁ ନିକଟକୁ ଆସିଥିଲେ । ପରେ ସେଠାରେ ଥିବା ଜେସିବି ଓ ଅନ୍ୟ ଗାଡିକୁ ପୋଡି ଦେଇଥିଲେ । ଘଟଣାସ୍ଥଳରେ ତିନୋଟି ମାଓ ପୋଷ୍ଟର ଲାଗିଥିବାବେଳେ ରାସ୍ତାକାମ ବନ୍ଦ ପାଇଁ ମାଓବାଦୀମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here