ସରିଲା ରିମାଣ୍ଡ । ପୁଣି ଜେଲକୁ ଫେରିଲା ମନ୍ତ୍ରୀ ନବ ଦାସ ହତ୍ୟାକାରୀ ଗୋପାଳ ଦାଶ । ଝାରସୁଗୁଡା ସବ ଜେଲ ଯାଇଛି ଗୋପାଳ । ଆଜି ତୃତୀୟ ପର୍ଯ୍ୟାୟରେ ରିମାଣ୍ଡ ଅବଧି ସରିଥିଲା । ଏହାପରେ ତାକୁ ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ନାର୍କୋ ଟେଷ୍ଟ ସରିବା ପରେ ଗତକାଲି ଗୁଜରାଟରୁ ଝାରସୁଗୁଡା ଫେରିଥିଲା ଗୋପାଳ ଦାସ । ତୃତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ମର୍ଡର ମୋଟିଭ୍ ଭେଦିବା ପାଇଁ ଗୁଜରାଟରେ ତାର ନାର୍କୋ ଏବଂ ପଲିଗ୍ରାଫ ଟେଷ୍ଟ କରାଯାଇଛି । ବ୍ୟକ୍ତିଗତ ଆକ୍ରୋଶରୁ ନବ ଦାଶଙ୍କୁ ହତ୍ୟା କରିଥିବା ମାନିଥିଲା ଗୋପାଳ ।

LEAVE A REPLY

Please enter your comment!
Please enter your name here