ହକି ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଲାଗି ରହିଥିବା ବେଳେ କଳିଙ୍ଗ ଷ୍ଟାଡିୟମକୁ ଆଉ ଟିକେ ରୋମାଞ୍ଚକର କରିବା ପାଇଁ କଣ୍ଠଶିଳ୍ପୀ ଏଆର ରହେମାନ ପ୍ରସ୍ତୁତ କରିଛନ୍ତି ଏକ ସଙ୍ଗ୍. ତେବେ ନଭେମ୍ବର 18 ତାରିଖ ଦିନ ହକି ବିଶ୍ୱକପ୍ ପାଇଁ ରିଲିଜ ହେବ ରହେମାନଙ୍କ ପ୍ରସ୍ତୁତ ଏହି ଗୀତର ଟିଜର. ଯାହାର ଟାଇଟଲ ରହିଛି ‘ଜୟ ହିନ୍ଦ୍, ଜୟ ଇଣ୍ଡିଆ’. ଏହାକୁ ନେଇ ସେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି. ତେବେ ଏହି ଖବର ଆଉ କେହି ନୁହେଁ ବରଂ ରହେମାନ ନିଜେ ଟ୍ୱିଟ କରି ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି. ଏହି ଗୀତର ସଂଗୀତ ନିର୍ଦ୍ଦେଶନା ଏଆର ରହେମାନ ଦେଇଥିବା ବେଳେ ଗୀତ ଲେଖିଛନ୍ତି ଗୁଲଜାର.