ପୁଣି ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ। ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜର ଗୋପାଳପୁର ଜଙ୍ଗଲରେ ଥିବା ଝାଡଖଣ୍ଡ ହାତୀମାନେ ଗତକାଲି ରାତିରେ ଗୋପାଳପୁର ଜଙ୍ଗଲରୁ ବାହାରି ଆନନ୍ଦପୁର,ହାତିଆଶିଳ, ଜଡିବାଲିର ଚାଷ ଜମିରେ ଧାନ ଫସଲ ଖାଇବା ସହ ଗାଁରେ ପଶି ୩ଟି ଘର ଭାଙ୍ଗିରୁଜି ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଛି। ହାତୀକୁ ଘଉଡାଇବା ଦାବିରେ ଯୋଡିବାଲି ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ସ୍ଥାନୀୟ ଲୋକେ। ତେବେ ଘଟଣାସ୍ଥଳରେ ବନବିଭାଗ ସହ ମାଜିଷ୍ଟ୍ରେଟ ବୁଝାସୁଝା କରିବା ରାସ୍ତାରୋକ ହଟିଥିଲା ।

LEAVE A REPLY

Please enter your comment!
Please enter your name here