ଟିକା ନେଲେ ବି କୋଭିଡ ସଙ୍କ୍ରମଣ ହେବାର ସମ୍ଭାବନା ରହିଛି । ତେଣୁ ସବୁ ନିୟମ ପାଳନ କରନ୍ତୁ । ମାସ୍କ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ । ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ଟିକା ନେଲେ ମୃତ୍ୟୁହାର କମିବ । ତଥାପି ଲୋକେ କୋଭିଡ ନିୟମ ମାନି ଚଳିଲେ କୋଭିଡ ଚେନ୍‌ରେ ବ୍ରେକ୍ ଲାଗିବ । ଆଗକୁ ଦୈନିକ ୫୦ ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ଓ ଘରୋଇ ହସ୍ପିଟାଲରେ ୯ ୦୦୮ସାଧାରଣ ବେଡ୍ ରହିଛି । ସେଠି ୧୭ ଦଶମିକ ୫ ପ୍ରତିଶତ ରୋଗୀ ଅଛନ୍ତି । ସେହିପରି ଆଇସିୟୁ ବେଡ୍ ବି ପ୍ରସ୍ତୁତ ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୧ ଦଶମିକ ୦୧ ପ୍ରତିଶତ ରୋଗୀ ଆଇସିୟୁରେ ରହିଛନ୍ତି । ସେପଟେ ରାଜ୍ୟରେ ୭୮୨ ଟି ଭେଣ୍ଟିଲେଟରରେ ୭ ଦଶମିକ ୪ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି । ଓଡିଶାରୁ ପାଖାପାଖି ୪୦୦ ବ୍ୟକ୍ତି ପଞ୍ଜିକରଣ କରି କୂମ୍ଭମେଳା ଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here