ଉଦଳାରୁ ଭୁବନେଶ୍ବର ଆସୁଥିଲା ଶାନ୍ତିଲତା ବସ୍ । ସୋରୋ ବିଦୁ ଛକ ନିକଟରେ ଅଟକିଥିଲା ବସ୍ ଏବଂ ଯାତ୍ରୀଙ୍କୁ ଓହ୍ଲାଉଥିଲା । ମାତ୍ର ଅଚାନକ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା ଶାନ୍ତିଲତାକୁ । ଫଳରେ ରାସ୍ତାକଡକୁ ଓଲଟି ପଡିଥିଲା ଶାନ୍ତିଲତା । ଧକ୍କା ଦେଇଥିବା ଟ୍ରକଟି ମଧ୍ୟ ଓଲଟି ପଡିଥିଲା । ଦୁର୍ଘଟଣାରେ 4 ଜଣ ବସ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଭିତରେ ଚାପି ହୋଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଓ ପୋଲିସ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରି ଗୁରୁତର ଯାତ୍ରୀଙ୍କୁ ହସପିଟାଲକୁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here