ଭୁବନେଶ୍ୱର ବଢେଇବାଙ୍କ ଛକ ଏସବିଆଇ ଏଟିଏମ ଲୁଟ୍ ଉଦ୍ୟମ ଘଟଣା । ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ । ସ୍ପେଶାଲ ସ୍କ୍ୱାର୍ଡ ଭୁବନେଶ୍ୱର ବଢେଇବାଙ୍କ ଛକ ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ ବେଳେ ଧରାପଡିଥିବା ଲୁଟେରାଙ୍କ ଠାରୁ କାର ଓ ଟଙ୍କା ଜବତ କରିଛି । କାରର ଦାମ ୨୫ ଲକ୍ଷ ଟଙ୍କା ହେବ । ଏହି କାରରେ ବୁଲି ବୁଲି ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ ଲୁଟେରା । ଲୁଟେରାମାନେ କିଭଳି ଟେକ୍ନିକରେ ଲୁଟ୍ କରୁଥିଲେ ତାକୁ ନେଇ ଡେମୋ ଦେଖିବ ପୋଲିସ । ଡେମୋ ଦେଖାଇବେ ଏଟିଏମ ଲୁଟେରା । କିଭଳି ଭାବେ ବୁଲି ବୁଲି ସେମାନେ ପୁରୁଣା ଏଟିଏମକୁ ଟାର୍ଗେଟ କରୁଥିଲେ ଆଜି ତାର ଡେମୋ ଦେଖେଇବେ । ଏଟିଏମ ଲୁଟ ଟେକ୍ନିକର ସିନ୍ ରିକ୍ରିଏସନ କରାଯିବ ।