ମାଲକାନଗିରି ତାନା ଗୋଡଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜନ୍ମକଲା ମା ତାହାର ଦୁଇ ଶିଶୁଙ୍କୁ ବିଷ ପିଆଇ ନିଜେ ଆତ୍ମହତ୍ୟା କରିଛି। ମିଳିଥିବା ଖବର ମୁତାବକ, ଗୋଡଗୁଡା ଗ୍ରାମରେ ଗୋଟିଏ ଘରେ ଜଣେ ମହିଳା ଏବଂ ତାଙ୍କର ୨ଜଣ ଶିଶୁ ରୁହନ୍ତି । ଶିଶୁଙ୍କ ମଧ୍ୟରେ ଜଣେ ୪ବର୍ଷର ପୁଅ ଥିବାବେଳେ ଆଉଜଣେ ହେଉଛନ୍ତି ୫ ବର୍ଷର ଝିଅ । ମହିଳାଙ୍କ ସ୍ୱାମୀଙ୍କର ଗତ ଦୁଇମାସ ତଳେ ମୃତ୍ୟୁ ହୋଇଯାଇଛି । ଆର୍ଥିକ ଅନଟନ ଅଭାବରୁ ଏହି ପରିବାରଟି ବହୁ କଷ୍ଟରେ ଗୁଜୁରାଣ ମେଂଟାଏ । ତେବେ ଆଜି ମହିଳାଜଣଙ୍କ ତାଙ୍କର ଦୁଇ ଶିଶୁଙ୍କୁ ବିଷ ଖୁଆଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ସୌଭାଗ୍ୟବଶତଃ ଶିଶୁଦ୍ୱୟ ଅଳ୍ପକେ ବର୍ତି ଯାଇଛନ୍ତି । ଶିଶୁଦ୍ୱୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here