ଏଣ୍ଡୁଅର ଦାମ୍ ଦେଢ ଲକ୍ଷ । ଏଣ୍ଡୁଅ ବିକ୍ରୀ ପାଇଁ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ । ଗିରଫ ହୋଇଛନ୍ତିି ଜେଜେ ଓ ନାତୀ । ଏକ ବହୁରୂପୀ ଏଣ୍ଡୁଅ ବିକ୍ରୀ ଉଦ୍ୟମବେଳେ ଦୁଇ ଜଣ ଧରା ପଡିଛନ୍ତି । ଗିରଫ ଦୁଇ ଜଣ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର କ୍ଷିରୋଧ ମହାନ୍ତି ଓ ରଶ୍ମୀରଞ୍ଜନ ଦାସ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଶ୍ୟାମ ମୂଖାର୍ଜୀ ପାର୍କ ନିକଟରେ ଦେଢ ଲକ୍ଷ ଟଙ୍କାରେ ବହୁରୂପୀ ଏଣ୍ଡୁଅକୁ ବିକ୍ରୀ ପାଇଁ ଉଦ୍ୟମ ହେଉଥିଲା । ସେହି ସମୟରେ ଦୁଇ ଜରଙ୍କୁ ଗିରଫ କରାଯିବା ସହ ଏଣ୍ଡୁଅକୁ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here