ଚାଷୀଙ୍କ ପିଛା ଛାଡୁନି ମଣ୍ଡି ସମସ୍ୟା । ଦିନକୁ ଦିନ ତେଜୁଛି ଚାଷୀ ଆନେ୍ଦାଳନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ଚାରି ଛକରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ପ୍ରତିଶ୍ରୁତି ଦିଆଯାଇ ଧାନ ଉଠାନଯିବା ପ୍ରତିବାଦରେ ଚାଷୀମାନେ ରାସ୍ତାରେ ଧାନବସ୍ତା ରଖି ଧାରଣାରେ ବସିଛନ୍ତି । ଆନ୍ଦୋଳନରତ ଚାଷୀଙ୍କ ଅଭିଯୋଗ , ଜିଲ୍ଲା ଅଧିକାରୀ ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ଧାନ କିଣୁ ନାହାଁନ୍ତି । ଏହା ସହିତ କଟ୍‌ନୀଛଟନୀ ମଧ୍ୟ କରାଯାଉଛି । ଯାହାର ପ୍ରତିବାଦରେ ଆନ୍ଦୋଳନ କରାଯାଉଛି । ତୁରନ୍ତ ଧାନ କିଣିବାକୁ ଦାବି କରିଛନ୍ତି ଚାଷୀ । ରାସ୍ତାର ଦୁଇ ପାଶ୍ୱର୍ରେ ଶହଶହ ସଂଖ୍ୟାରେ ଗାଡି ମଟର ଅଟକି ରହିଛି । ବହୁ ଗାଡି ଅଟକି ରହିବା ସହିତ ଧର୍ମଗଡରୁ ଖଡିଆଳ, ରାୟପୁର ଓ ଜୁନାଗଡକୁ ଯାତାୟତ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here