ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନବୀନନିବାସକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଡିହାଇଡ୍ରେସନ କାରଣରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ଯଦିଓ ସେ ନବୀନ ନିବାସ ଫେରିଛନ୍ତି, କିନ୍ତୁ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ଥମିନି । ସେ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଦଳୀୟ ନେତାମାନେ ତାଙ୍କୁ ଦେଖା କରିପାରିନଥିଲେ । ପାଣ୍ଡିୟାନ ଦମ୍ପତ୍ତି ଅସୁସ୍ଥ ନବୀନଙ୍କ ସହ କାହାକୁ ଦେଖା କରାଇ ନ ଦେବା କାରଣରୁ ଦଳୀୟନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ । କେବଳ ମୋବାଇଲରେ ରେକର୍ଡ ଭିଡିଓ ଦେଖାଇ ପାଣ୍ଡିୟାନ ନେତାମାନଙ୍କୁ ଫେରାଇ ଦେଇଥିଲେ । ଅବଶ୍ୟ ହସପିଟାଲରୁ ଫେରିବା ପରେ ନବୀନ ଗଣମାଧ୍ୟମକୁ ସେ ଭଲ ଅଛନ୍ତି ବୋଲି କହିଛନ୍ତି । ତାଙ୍କ ଆରୋଗ୍ୟ କାମନା କରୁଥିବା ଓଡିଶାବାସୀଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ଦଳର ଅନେକ ନେତା ଓ ସମର୍ଥକ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here