କମିଶନରେଟ ପୋଲିସକୁ ନାବାଳିକା ଗଣଦୁଷ୍କର୍ମ ଘଟଣାର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ପୋଲିସ ଏହି ଘଟଣାର ତଦନ୍ତ କରୁଥିଲେ ହେଁ ଏପର୍ଯ୍ୟନ୍ତ ତଦନ୍ତରେ କେତେ ଅଗ୍ରଗତି ହୋଇଛି, ତାହାର ସବିଶେଶ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 30 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ଉଲ୍ଲେଖଯୋଗ୍ୟ, ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ ଓ ପ୍ରମୁଖ ଟିଭି ଚ୍ୟାନେଲର କର୍ମଚାରୀ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା । ନାବାଳିକାଙ୍କ ମା ମହିଳା ଥାନାରେ ଏତଲା ଦେବା ପରେ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ମାମଲା ମହିଳା କମିଶନଙ୍କ ପାଖରେ ବିଚାରାଧୀନ ରହିଛି । ତେବେ ଅଦ୍ୟାବଧି ମାମଲାରେ ପୋଲିସ ପକ୍ଷରୁ ଟିଭି ଚ୍ୟାନେଲ କର୍ମଚାରୀଙ୍କୁ ଘନ ଘନ ଜେରା ଚାଲିଥିଲେ ମଧ୍ୟ ବିଶେଷ କିଛି ଅଗ୍ରଗତି ହୋଇନି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇନି । ଅନ୍ୟପକ୍ଷରେ ମାମଲାର ତଦନ୍ତ ସିବିଆଇକୁ ଦେବା ପାଇଁ ଦାବି କରି ହାଇକୋର୍ଟରେ ମାମଲା ରୁଜୁ ହେବା ପରେ କୋର୍ଟ କମିଶନରେଟ ପୋଲିସକୁ ଷ୍ଟାଟସ ରିପୋର୍ଟ ମାଗିବା ସହ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନୋଟିସ କରିଥିବା ଜଣାପଡିଛି ।