ଅନୁଗୁଳ କିଷାନ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଗାଁ ଭସ୍ମ ହୋଇଯାଇଛି । ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ ଦେଖୁଦେଖୁ ୪୦ଟି ପରିବାର ୭୦ ବଖରା ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି । ଘଟଣା ସ୍ଥଳରେ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ସରକାରୀ ସହାୟତା ଯୋଗାଇବା ପାଇଁ କ୍ଷତିଗ୍ରସ୍ତଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here